Odisha Link
Bridging the Missing Links in Odisha

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ, ଅପରାହ୍ନ ୪ଟାରେ ଉପଲବ୍ଧ ହେବ ସାର୍ଟିଫିକେଟ୍

ଓଏଲ୍‌ ବ୍ୟୁରୋ: ଦଶମ ପରୀକ୍ଷା ଫଳକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ରବିବାର ଦିନ ୧୦.୩୦ରେ ପ୍ରକାଶ ପାଇବ ରେଜଲ୍ଟ। ୧୧.୩୦ରେ ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଡିଜିଟାଲ ସାର୍ଟିଫିକେଟ୍ ଛାତ୍ରଛାତ୍ରୀ ଡାଉନଲୋଡ କରିବେ। ଛାତ୍ରଛାତ୍ରୀ ମାନେ www.bseodisha.ac.in ୱେବସାଇଟରେ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଜାରି ହୋଇଛି।

କେମିତି ସହଜରେ ମାଟ୍ରିକ୍ ରେଜଲ୍ଟ ଦେଖି ପାରିବେ ଜାଣନ୍ତୁ…

ଆପଣ ଯଦି ୱେବସାଇଟରେ ରେଜଲ୍ଟ ଦେଖିବା ପାଇଁ ଚାହୁଁଛନ୍ତି ତେବେ ବୋର୍ଡର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡ଼ିବ । www.bseodisha.ac.in ଟାଇପ୍ କରି ଅଫିସିଆଲ୍ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀଙ୍କ ରୋଲ ନମ୍ବର ଦେବା ପରେ ଫଳାଫଳ ଦେଇପାରିବେ । ଯଦି ଆପଣଙ୍କର ଇଂଟରନେଟ୍ ସୁବିଧା ନାହିଁ ଏବଂ ଏସ୍ଏମ୍ଏସ୍ ଜରିଆରେ ଫଳାଫଳ ଜାଣିବାକୁ ଚାହୁଁଛନ୍ତି, ତେବେ ମୋବାଇଲରେ ଓଆର୍ OR10 ଲେଖିବା ପରେ ସ୍ପେସ୍ ଦେଇ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇ ଫଳାଫଳ ଦେଖିପାରିବେ।

ଏଥର ପ୍ରଥମ ଥର ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ ବ୍ୟବସ୍ଥା କରିଛନ୍ତି ବୋର୍ଡ କର୍ତୃପକ୍ଷ। ଏହା ଅପରାହ୍ନ ୪ଟାରେ ଉପଲବ୍ଧ ହେବ। ଅନଲାଇନ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଜଣେ ଡିଜିିଟାଲ୍ ସାର୍ଟିଫିକେଟ୍ ପାଇପାରିବେ। ଏଥିପାଇଁ  ମୋବାଇଲରୁ BSE/Hi ଲେଖି ୭୭୧୦୦୫୮୧୯୨ ରେ ହ୍ୱାଟ୍ସଆପ୍ କରିବେ। ଏହା ପରେ ଫୋନରେ ଆସୁଥିବା ନିର୍ଦ୍ଦେଶକୁ ଅନୁସରଣ କରିବେ।

ତେବେ ଯଦି କୌଣସି ଛାତ୍ରଛାତ୍ରୀ ଚେକିଂ ପାଇଁ ଚାହୁଁଛନ୍ତି, ତେବେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଚେକିଂ ପାଇଁ ଆବେଦନ କରିପାରିବେ। ଚଳିତବର୍ଷ ମୋଟ୍ ୫ ଲକ୍ଷ ୫୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଏବଂ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ।

Leave A Reply

Your email address will not be published.