Odisha Link
Bridging the Missing Links in Odisha

ଯାଜପୁରରେ ପାଣ୍ଡିଆନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କଲେ ଅପିଲ୍

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ସେହିଭଳି ଜୁନ ୧ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ନିର୍ବାଚନକୁ ନଜରରେ କେନ୍ଦ୍ରୀୟ ନେତୃତ୍ୱ ଗହନ ଘନ ଓଡିଶା ଗସ୍ତରେ ଆସୁଛନ୍ତି।

ତେବେ ଏହି କ୍ରମରେ ଆଜି ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ପାରାଦୀପର କୁଜଙ୍ଗଠାରେ ସ୍ମୃତି ଇରାନୀଙ୍କ ପ୍ରଥମ ସଭାରେ ଯୋଗ ଦେଇ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ ବିରୋଧୀଙ୍କୁ ଟାର୍ଗେଟ କରିଥିବାବେଳେ ମୋଦିଙ୍କ ଗ୍ୟାରେଂଟିକୁ ନେଇ ମତବ୍ୟକ୍ତ କରିଛନ୍ତି।

ଅନ୍ୟପଟେ, ଯାଜପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନ ପ୍ରଚାର କରିଛନ୍ତି। ଏହା ସହ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ। ଏମାନେ ନିର୍ବାଚନ ବେଳେ ପର୍ଯ୍ୟଟକ ଭଳି ଆସିବେ। ନିର୍ବାଚନ ସରିଗଲେ ଖୋଜିଲେ ବି ଖୋଜିଲେ ବି ମିଳିବେ ନାହିଁ, ନବୀନ ପଟ୍ଟନାୟକ ଆପଣଙ୍କ ସୁଖଦୁଃଖରେ ସବୁବେଳେ ଛିଡ଼ା ହୋଇ ରହିଛନ୍ତି ବୋଲି ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ କହିଛନ୍ତି। ବିଜେଡି ମାଗଣା ବିଜୁଳି ଦେବ। ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ। ଏହା ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.