Odisha Link
Bridging the Missing Links in Odisha

ଅଙ୍ଗଦାନ କରି ଆଦର୍ଶ ପାଲଟିଲେ ପ୍ରତ୍ୟୁଷ ପାଣିଗ୍ରାହୀ, ହସ୍ପିଟାଲରେ ଦିଆଯିବ ଗାର୍ଡ ଅଫ ଅନର

ଓଏଲ୍‌ ବ୍ୟୁରୋ: ଚିରଦିନ ମନେ ରହିବେ ବାଲେଶ୍ୱରର ପ୍ରତ୍ୟୁଷ ପାଣିଗ୍ରାହୀ। ପ୍ରତ୍ୟୁଷ ଦୁନିଆ ଜାଣିବା ଆଗରୁ ଦୈବ ତାକୁ ତାଙ୍କ ବାପା-ମାଙ୍କ ପାଖରୁ ଅଲଗା କରିଦେଇଛି ସତ, ହେଲେ ସେ ଆଦର୍ଶ ପାଲଟିଛନ୍ତି। ମାତ୍ର ବର୍ଷେ ୯ ମାସ ବୟସରେ ୩ଟି ଅଙ୍ଗଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରତ୍ୟୁଷ ଓ ତାଙ୍କ ବାପା ଗୌରୀଶଙ୍କର ପାଣିଗ୍ରାହୀ ଏବଂ ମାଆ ଶର୍ମିଷ୍ଠା ପାଣିଗ୍ରାହୀ। ପ୍ରତ୍ୟୁଷ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଜନ୍ମ ନେଇଥିଲେ। ଜନ୍ମର ୪ ମାସ ପରେ ମସ୍ତିଷ୍କରେ ସମସ୍ୟା ନେଇ ହସ୍ପିିଟାଲରେ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନର ଚିକିତ୍ସା ପରେ ଡାକ୍ତର ଆଜି ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ।

ସନ୍ତାନକୁ ହରାଇବା ପରେ ଶୋକାକୁଳ ପରିବାର ପୁଅର କିଡନୀ, ହାର୍ଟ ଓ ଲିଭର ଦାନ କରିଛନ୍ତି। ଭୁବନେଶ୍ୱର ଘରୋଇ ହସପିଟାଲରୁ ଗ୍ରୀନ କରିଡର ହୋଇ ଭୁବନେଶ୍ୱର ବିମାନବନ୍ଦର ଯାଇଛି ଅଙ୍ଗ। ପ୍ରତ୍ୟୁଷ ପାଣିଗ୍ରାହୀ ପ୍ରାୟ ଦେଢବର୍ଷ ହସ୍ପିଟାଲ ବେଡରେ ରହିଥିଲେ। ଶେଷ ଥର ଲାଗି ବେଡରେ ବାପାଙ୍କ ସହିତ ହସି ହସି ବାପା ଡାକୁଥିଲେ। ମା’ଙ୍କ ଫୋନରେ ରିଲ୍ସ କରୁଥିଲେ। କାଲି ପ୍ରତ୍ୟୁଷଙ୍କ ମୃତଦେହ ହସ୍ପିଟାଲରୁ ବାହାରିବା ବେଳେ ହସ୍ପିଟାଲର ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ।

Leave A Reply

Your email address will not be published.