ମୋ ବସ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର, ସଂରକ୍ଷିତ ସିଟ୍ ପାଇଁ କ୍ରୁଟ୍ ପକ୍ଷରୁ ଜାରି ହେଲା ସୂଚନା
![](https://www.odishalink.com/wp-content/uploads/2024/05/mo-bus-2.jpg)
ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇ ସଫଳତାର ସହ ଯାତ୍ରୀ ମାନଙ୍କ ଯାତ୍ରାକୁ ସରଳ କରିଛି ମୋ ବସ୍ ସେବା। ପ୍ରତିଦିନ ଅନେକ ଲୋକ ଏହି ସୁବିଧା ମାଧ୍ୟମରେ ନିଜ କାର୍ଯ୍ୟଶୈଳୀକୁ ସହଜ କରିପାରୁଛନ୍ତି। କେବଳ ସେତିକି ନୁହେଁ ବରଂ ମୋ ବସରେ ଥିବା ସିଟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି। ଯେମିତିକି ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ସିଟ, ମହିଳା ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସିଟ ରହିଛି।
ବେଳେବେଳେ ଦେଖିବାକୁ ମିଳେ ମୋ ବସ୍ ଭିତରେ ସଂରକ୍ଷିତ ଥିବା ସିଟରେ ଅଜାଣତରେ ଅନ୍ୟ ବ୍ୟକ୍ତି ବସିଥାନ୍ତି। ତେବେ ଏହି ପ୍ରକ୍ରିୟାକୁ ସରଳ କରିବା ପାଇଁ କ୍ରୁଟ ପକ୍ଷରୁ ଟ୍ୱିଟ ମାଧ୍ୟମରେ ଜଣାଇ ଦିଆଯାଇଛି ଯେ, ମୋ ବସ୍ ରେ ଯାତ୍ରା କରିବା ସମୟରେ ଧ୍ୟାନ ଦିଅନ୍ତୁ! ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା ସିଟ୍ ରେ ବସନ୍ତୁ ନାହିଁ। ଯଦି ଆପଣ ଏକ ପ୍ରାଥମିକ ସିଟ୍ ଦଖଲ କରୁଛନ୍ତି ଏବଂ ଆପଣ ସେହି ବର୍ଗର ନୁହଁନ୍ତି, ଦୟାକରି ଏହାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରନ୍ତୁ।
https://x.com/CRUT_BBSR/status/1794991251693207876