Odisha Link
Bridging the Missing Links in Odisha

ବିମାନରେ ବୋମା ଆତଙ୍କ, ଭୟରେ ଏମରଜେନ୍ସି ଡୋରରୁୁ ଡେଇଁଲେ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ଇଣ୍ଡିଗୋ ବିମାନରେ ବୋମା ଆତଙ୍କ ହୋଇଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀରୁ ବାରାଣସୀ ଯାଉଥିବା ବିମାନରେ ବୋମା ଆତଙ୍କ ହୋଇଥିବା ଜଣା ପଡିଛି। ଏହା ପରେ ତୁରନ୍ତ ବିମାନଟି ରନୱେରେ ଅଟକ ରଖାଯାଇ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା।

ବୋମାରେ ଉଡ଼ାଇ ଦେବାକୁ ଧମକ ପରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଓ ତଦନ୍ତକାରୀ ଟିମ୍ ଉପସ୍ଥିତ ରହି ବିମାନରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ସର୍ଚ୍ଚ ଅପରେସନ୍ କରିଥିଲେ। ବିମାନଟି ଦିଲ୍ଲୀର ଟି୨ ଟର୍ମିନାଲରୁ ସକାଳ ୫.୦୪ରେ ବନାରସ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା, କିନ୍ତୁ ବୋମା ସମ୍ପର୍କରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ବୋମା ନିଷ୍କ୍ରିୟ ଟିମ୍‌କୁ ଡକାଯାଇଥିଲା।

Leave A Reply

Your email address will not be published.