Odisha Link
Bridging the Missing Links in Odisha

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ

ଓଏଲ୍‌ ବ୍ୟୁରୋ: ବିଶ୍ବ ବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅୁସୁସ୍ଥ। ଶ୍ବାସଜନିତ ସମସ୍ୟା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। ଏନେଇ ଆଜି ସକାଳେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

ସେ ଏକ୍ସରେ ଲେଖିଛନ୍ତି, ‘ଜୟ ଜଗନ୍ନାଥ, ପୋଷ୍ଟ କୋଭିଡ୍‌ ଯୋଗୁଁ ହୋଇ ଥାଇପାରେ। ମୋତେ ନିଶ୍ବାସ ପ୍ରଶ୍ବାସ ନେବାରେ ବହୁତ ସମସ୍ୟା ହେଉଛି। ଯାହାଫଳରେ ମେଡିକାଲରେ ଭର୍ତ୍ତି ହୋଇଛି। ଡାକ୍ତରମାନେ ମୋର ଯତ୍ନ ନେଉଛନ୍ତି।’

ସୂଚନାଥାଉକି, ବାଲୁକା କଳା ମାଧ୍ୟମରେ ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ନିକଟରେ ଭୋଟର ସଚେତନତା ମୂଳକ ବାଲୁକା କଳା ବେଶ ପ୍ରଶଂସା ସାଉଣ୍ଟିଥିଲେ ଶ୍ରୀ ପଟ୍ଟନାୟକ।

Leave A Reply

Your email address will not be published.