ଆଉ କିଛି ସମୟ ପରେ ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍: ବୋଲିଂ ବିକଳ୍ପ ଖୋଜିବ ଟିମ୍ ଇଣ୍ଡିଆ

ଓଏଲ୍ ବ୍ୟୁରୋ: ବାଜିସାରିଲାଣି ବିଗୁଲ। ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ବକପ୍ ମହାକୁମ୍ଭ। ବିଶ୍ବକପ୍ ଅଭିଯାନ ଆରମ୍ଭ କରିମ୍ଭା ପୂର୍ବରୁ ଟିମ ଇଣ୍ଡିଆ ଶନିବାର ବାଂଲାଦେଶ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍ ଖେଳିବ। ଆମେରିକା ଓ ଭାରତର ଟାଇମ୍ ଜୋନ୍ ଭିନ୍ନଭିନ୍ନ ରହୁଥିବାରୁ କେଉଁ ସମୟରେ ଖେଳ ଦେଖିହେବ ତାହାକୁ ନେଇ ପ୍ରଶଂସକମାନେ ବ୍ୟଗ୍ର ଅଛନ୍ତି। ତେବେ ଆମେରିକାର ସ୍ଥାନୀୟ ସମୟ ଦିନ ୧୦.୩୦ରେ ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍ ଖେଳାଯିବ। କିନ୍ତୁ ଭାରତରେ ଏହି ମ୍ୟାଚ୍କୁ ରାତି ୮ଟାରେ ଷ୍ଟାର୍ ସ୍ପୋର୍ଟ୍ସ ଓ ଡିଜ୍ନି+ହଟ୍ଷ୍ଟାର୍ରେ ସିଧାପ୍ରସାରଣ ଦେଖିହେବ।
ଅଭ୍ୟାସ ମ୍ୟାଚର କିଛି ସମୟ ପୂର୍ବରୁ ଟିମ୍ ସହିତ ଯୋଡ଼ି ହୋଇଛନ୍ତି ରନ୍ ମେସିନ୍ ବିରାଟ କୋହଲି। ତେବେ ସେ ଅଭ୍ୟାସ ମ୍ୟାଚରେ ନଜର ନଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଧିନାୟକ ରୋହିତ ଶର୍ମା ତଥାପି ଅନ୍ୟ ୧୪ଜଣଙ୍କୁ ଏହି ମ୍ୟାଚ୍ ଜରିଆରେ ନିଜନିଜର ସାମର୍ଥ୍ୟକୁ ପରଖିବା ପାଇଁ ଉତ୍କୃଷ୍ଟ ସମୟ ହେବ। ବିଶେଷଭାବେ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ମଧ୍ୟ ଅଭ୍ୟାସ ମ୍ୟାଚ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।