ମତଦାନରେ ଭାରତର ବିଶ୍ୱ ରେକର୍ଡ, ଭୋଟ୍ ଦେଲେ ୬୪ କୋଟିରୁ ଅଧିକ ମତଦାତା
ଓଏଲ୍ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ଭୋଟ ଦେଇସାରିଛନ୍ତି ଜନତା। ଆଉ କିଏ କେତେ ସିଟ୍ ପାଇବ ସେନେଇ ଦାବି କରିସାରିଲେଣି ନେତା। ଆସନ୍ତାକାଲି ସାରା ଦେଶରେ ଭୋଟ୍ ଗଣତି ହେବ। ଏହା ପୂର୍ବରୁ ଆଜି ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ନିର୍ବାଚନୀ ସମ୍ପର୍କିତ ସୂଚନା ଦେଇ ସେ କହିଛନ୍ତି, G7 ଦେଶର ମୋଟ ମତଦାତାଙ୍କ ଠାରୁ ଭାରତରେ ଅଧିକ ଭୋଟର୍। ୬୪ କୋଟିରୁ ଅଧିକ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା ରହିଥିବାବେଳେ ୩୧୨ ମିଲିୟନ୍ ମହିଳା ଭୋଟରଙ୍କୁ ନେଇ ବିଶ୍ୱ ରେକର୍ଡ ହୋଇଛି। ସେହିଭଳି ଚଳିତ ନିର୍ବାଚନରେ ଜମ୍ମୁ-କାଶ୍ମୀରରେ ସର୍ବାଧିକ ଭୋଟ ଗ୍ରହଣ ହୋଇଛି।