Odisha Link
Bridging the Missing Links in Odisha

ଜନାଦେଶ ୨୦୨୪: ବ୍ରଜରାଜନଗରରେ ବିଜେପି, ଝାରସୁଗୁଡ଼ାରେ ବିଜେଡି ଆଗୁଆ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥିନୀ ଦୀପାଳ ଦାସ ଆଗୁଆ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ଟି ରାଉଣ୍ଡରେ ଗଣତି ଶେଷ ହୋଇଥିବା ବେଳେ ଦୀପାଳି ଦାସ ୧୦,୩୯୩ ଖଣ୍ଡ ଭୋଟ ପାଇ ଆଗରେ ରହିଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୯୧୧୦ ଖଣ୍ଡ ଭୋଟ ପାଇଛନ୍ତି। ଦୀପାଳି ଦାସ ୧୨୮୩ ଖଣ୍ଡ ଭୋଟ ଆଗରେ ରହିଛନ୍ତି।

ସେହିପରି ବ୍ରଜରାଜନଗର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଗରେ ରହିଛନ୍ତି। ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ସୁରେଶ ପୂଜାରୀ ୫୨୫୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ୩୫୭୯ ଖଣ୍ଡ ଭୋଟ ପାଇଛନ୍ତି। ସୁରେଶ ପୂଜାରୀ ୧୬୭୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

Leave A Reply

Your email address will not be published.