Odisha Link
Bridging the Missing Links in Odisha

ଓଡ଼ିଶା ରାଜନୈତିକ ଇତିହାସରେ ବଡ଼ ଓଲଟପାଲଟ

ଓଏଲ୍‌ ବ୍ୟୁରୋ: ଖୋଲିଲା ଇଭିଏମ୍‌ ପେଡି। ଗୋଟିଏ ପରେ ଗୋଟିଏ ଆସନର ଫଳାଫଳ ସାମ୍ନାକୁ ଆସୁଛି। ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଓଡ଼ିଶାରେ ଏଥର ରୋଚକ ସ୍ଥିତି ଦେଖିବାକୁ ମିଳିଛି। ୨୫ ବର୍ଷ ପରେ ଓଡ଼ିଶା ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି।

୧୪୭ଟି ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି ୭୯ଟି ଆସନରେ ଆଗୁଆ ରହିଛି। ସେହିପରି ଶାସକ ଦଳ ବିଜୁ ଜନତା ଦଳ ୫୧ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଥିବା ବେଳେ ଅନାନ୍ୟ ଦଳ ୪ଟି ଆସନରେ ଆଗୁଆ ଅଛନ୍ତି।

ବିଜେପି ୭୯ଟି ଆସନରୁୁ ୫୮ଟିରେ ଆଗୁଆ ଥିବାବଳେ ୨୧ଟି ଆସନରେ ବିଜୟୀ ହୋଇଛି। ସେହିପରି ବିଜେଡି ୩୭ଟି ଆସନରେ ଆଗୁଆ ଥିବାବଳେ ୧୪ଟି ଆସନରେ ବିଜୟୀ ହୋଇସାରିଛି। କଂଗ୍ରେସ ୧୦ଟି ଆସନରେ ଆଗୁଆ ଥିବାବଳେ ୩ଟି ଆସନରେ ବିଜୟୀ ହୋଇଛି। ସେହିପରି ଜଣେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

୨୫ ବର୍ଷ ପରେ ଓଡ଼ିଶା ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ମେଣ୍ଟ ସରକାର ଭାଙ୍ଗିବା ପରେ ପ୍ରଥମଥର ପାଇଁ ବିଜେଡିକୁ ପଛରେ ପକାଇଛି ବିଜେପି। ପୂର୍ବରୁ ମେଣ୍ଟରେ ଲଢ଼େଇ କରୁଥିବା ବିଜେଡି-ବିଜେପି ପ୍ରଥମଥର ପାଇଁ ୨୦୦୯ ମସିହାରେ ଅଲଗା ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ। ୨୦୦୯ ମସିହାରେ ବିଜୁ ଜନତା ଦଳ ୧୦୩ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୨୭ଟି, ବିଜେପି ୬ଟି ଓ ଏନସିପି ୪ଟି ଆସନରେ ଜିତିଥିଲେ। ସେହିପରି ସ୍ବାଧୀନ ପ୍ରାର୍ଥୀ ୬ଟି ଆସନରେ ଜିତିଥିବା ବେଳେ ଜଣେ ଅନ୍ୟାନ୍ୟ ଭାବେ ବିଜୟୀ ହୋଇଥିଲେ।

ସେହିପରି ୨୦୧୪ ମସିହାରେ ବିଜୁ ଜନତା ଦଳ ୧୧୭ଟି ଆସନରେ ଜିତିଥିବା ବେଳେ କଂଗ୍ରେସକୁ ୧୬ଟି ଆସନ ମିଳିଥିଲା। ସେହିପରି ବିଜେପିକୁ ୧୦, ସ୍ବାଧୀନ ୨, ସମତା କ୍ରାନ୍ତି ଦଳ ୧ ଓ ସିପିଆଇକୁ ଗୋଟିଏ ଲେଖାଏଁ ଆସନ ମିଳିଥିଲା। ସେହିପରି ୨୦୧୯ ନିର୍ବାଚନରେ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୨୩ଟି ଆସନରେ ବିଜୟ ମିଳିଥିଲା। ସେହିପରି କଂଗ୍ରେସ ୯, ସିପିଆଇ ୧ ଓ ସ୍ବାଧୀନ ପ୍ରାର୍ଥୀ ଜଣେ ବିଜୟୀ ହୋଇଥିଲେ।

୨୦୨୪ ନିର୍ବାଚନ ଫଳାଫଳ ବିଗତ ୩ ଥର ହୋଇଥିବା ନିର୍ବାଚନର ଫଳାଫଳରୁ ସମ୍ପୂର୍ଣ୍ଣ ଅଲଗା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ରାଜ୍ୟରେ ନବୀନଙ୍କ କ୍ରେଜକୁ ଫିକା ପକାଇବାକୁ ଯାଉଛି ବିଜେପି। ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଛି। ତାପଛକୁ ବିଜେଡି ଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି।

Leave A Reply

Your email address will not be published.