ଆଜି ଦିଲ୍ଲୀ ଯିବେ ବିଜେପିର ୨୦ ସାଂସଦ, କାଲି ବସିବ ସଂସଦୀୟ ବୋର୍ଡ ବୈଠକ
ଓଏଲ୍ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି। ନବ ନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା। ଆଜି ଦିଲ୍ଲୀ ଯିବେ ବିଜେପିର ୨୦ ସାଂସଦ। ଆସନ୍ତାକାଲି ବସିବ ବିଜେପିର ସଂସଦୀୟ ବୋର୍ଡ ବୈଠକ କରାଯାଇଛି। ୮ରେ ମୋଦିଙ୍କ ଶପଥ ଉତ୍ସବରେ ମଧ୍ୟ ସାମିଲ୍ ହେବେ।
କେନ୍ଦ୍ରୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଲୋକସଭା ନିର୍ବାଚନରେ ଭାଜପା ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍ଡିଏ ବହୁମତ ପାଇଛି। ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀସ୍ଥିତ ଦଳ ମୁଖ୍ୟାଳୟରେ ଦେଶର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।