Odisha Link
Bridging the Missing Links in Odisha

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? କାଲି ବସିବ ବିଜେପି ବିଧାୟକ ଦଳ ବୈଠକ

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। କେନ୍ଦ୍ରରେ ଏନ୍‌ଡିଏ ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି। ଲଗାତାର ତୃତୀୟ ଥର ଦେଶରେ ଆରମ୍ଭ ହେବ ମୋଦି ସରକାର। ଏସବୁ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଅନେକ ଚର୍ଚ୍ଚିତ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସୁଥିବାବେଳେ କାଲି ବସିବ ବିଧାୟକ ଦଳ ବୈଠକ। ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଆଲୋଚନା ହୋଇପାରେ।

 

Leave A Reply

Your email address will not be published.