Odisha Link
Bridging the Missing Links in Odisha

୬ ମାସ ଛୁଟିରେ ଗଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପୂର୍ବରୁ ଛୁଟିରେ ଗଲେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା କାର୍ତ୍ତିକେୟନ। ପିଲା ଯତ୍ନ ପାଇଁ ୬ମାସ ଛୁଟିରେ ଚର୍ଚ୍ଚିତ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ। ସୁଜାତା ହେଉଛନ୍ତି ବିଜୁ ଜନତା ଦଳର ଟାଣୁଆ ନେତା ଭି କାର୍ତ୍ତିକ ପାଣ୍ଡିଆନଙ୍କ ପତ୍ନୀ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତ କାର୍ତ୍ତିକେୟନ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି। ତାଙ୍କ ଝିଅ ଦଶମ ପରୀକ୍ଷା ଦେବାକୁ ଥିବାରୁ ତା’ର ଯତ୍ନ ନେବା ପାଇଁ ସୁଜାତା ଛୁଟି ନେଇଥିବା ଦର୍ଶାଇଛନ୍ତି।

ସର୍ବଭାରତୀୟ ପ୍ରଶାସନିକ ସେବା ରୁଲସ୍‌-୧୯୫୫ର ରୁଲ (୧୮-ଘ)ରେ ଥିବା ପ୍ରାବଧାନ ଅନୁସାରେ ସୁଜାତାଙ୍କୁ ଏହି ଛୁଟି ମଞ୍ଜୁର ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି। ସୁଜାତାଙ୍କର ପିଲାର ଯତ୍ନ ପାଇଁ ନେଇଥିବା ଅବଧିର ଛୁଟିକୁ ସାଧାରଣ ଛୁଟିରୁ ବାଦ୍ ଦିଆଯିବ ନାହିଁ।

Leave A Reply

Your email address will not be published.