Odisha Link
Bridging the Missing Links in Odisha

ଟ୍ରକକୁ ଧକ୍କା ଦେଲା ବସ୍‌, ଚାଲିଗଲା ୨ ଜୀବନ; ୧୦ରୁ ଅଧିକ ଗୁରୁତର

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ବସ୍। ଏହି ଦୁର୍ଘଟଣାରେ ୨ ଜଣଭ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ ଜଣ ବସ୍‌ର ଡ୍ରାଇଭର ଓ କଣ୍ଡେକ୍ଟର ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ମୁତାବକ, ଯାତ୍ରୀବାହୀ ବସ୍‌ଟି ପଶ୍ଚିମବଙ୍ଗରୁ ପର୍ଯ୍ୟଟକଙ୍କୁ ନେଇ ପୁରୀ ଅଭିମୁଖେ ଆସୁଥିଲା। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ବସ୍‌ଟି। ଯାହାଫଳରେ ୨ ଜରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି।

ଆହତଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.