ଆଜି ଭାରତ-ପାକିସ୍ତାନ ମହାଟକ୍କର, ୨୦ ମାସ ପରେ ସାମ୍ନାସାମ୍ନି
![](https://www.odishalink.com/wp-content/uploads/2024/06/India-vs-Pakistan-750x430.jpg)
ଓଏଲ୍ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ ମାତ୍ର କିଛି ଘଣ୍ଟା ପରେ ବିଶ୍ବ ଦେଖିବ ମହାଲଢ଼େଇ। ଟି-୨୦ ବିଶ୍ବକପ୍ ୨୦୨୪ର ହାଇଭୋଲଟେଜ ମୁକାବିଲା ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ। ୨୦ ମାସ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ କ୍ରିକେଟ୍ ବିଶ୍ବକପ୍ରେ ସାମ୍ନାସାମ୍ନି ହେବେ। ରବିବାର ରାତି ୮ଟାରୁ ଆରମ୍ଭ ହୋଇଯିବ ଏହି ମହା ଲଢ଼େଇ।
ଟୁର୍ଣ୍ଣାମେଣ୍ଟରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି। ସୁପର ଓଭରରେ ନୂଆ ଟିମ୍ ଆମେରିକାଠୁ ପାକିସ୍ତାନ ହାରିଥିବା ବେଳେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ତେଣୁ ବାବର ବାହିନୀ ଅପେକ୍ଷା ରୋହିତ ବାହିନୀର ମନୋବଳ ଦୃୃଢ ରହିଛି। କିନ୍ତୁ ଆମେରିକାର ପିଚ୍ ଭଲ ନଥିବାରୁ ଚିନ୍ତାରେ ଅଛି ଟିମ ମ୍ୟାନେଜମେଣ୍ଟ। ଭଲ ରନ ହେଉନଥିବାରୁ ପିଚ ଖେଳର ମୋଡ ବଦଳାଇ ଦେବାର ସମ୍ଭାବନା ରହିଛି।
ସବୁଠୁ ବଡ଼କଥା ହେଲା ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୬ ଟିରେ ବିଜୟୀ ହୋଇଛି। ଗତଥର ଟି-୨୦ ବିଶ୍ବକପ୍ରେ ଭାରତକୁ ହରାଇଥିଲା ପାକିସ୍ତାନ।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।
ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ଉସମାନ ଖାନ୍, ଫଖର ଜମନ, ସଦାବ ଖାନ୍, ଆଜମ ଖାନ୍, ଇଫତିକାର ଅହମ୍ମଦ, ସାହିନ ସାହ ଆଫ୍ରିଦି, ହାରିସ ରୌଫ, ନସିମ ଶାହ, ମହମ୍ମଦ ଆମିର।