Odisha Link
Bridging the Missing Links in Odisha

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଚିନ୍ମୟ କୁମାର ସାହୁ

ଓଏଲ୍‌ ବ୍ୟୁରୋ: ଦୁଇ ଦଶନ୍ଧି ପରେ ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ସରକାର ଗଠନ ପାଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ବିଭିନ୍ନ ନିଗମର ଜଣଙ୍କ ପରେ ଜଣେ ଅଧ୍ୟକ୍ଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦ ସୁବାଷ ମହାରାଣା ଦେଇଥିବା ବେଳେ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଚିନ୍ମୟ କୁମାର ସାହୁ।

୨୦୧୯ ଅଗଷ୍ଟ ୨୧ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଚିନ୍ମୟ କୁମାର ସାହୁ ଦାୟିତ୍ବ ଗ୍ରହଣ କରିଥିଲେ। କୋଭିଡ ସମୟରେ ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଥିଲା।

Leave A Reply

Your email address will not be published.