Odisha Link
Bridging the Missing Links in Odisha

ନିମନ୍ତ୍ରଣ ରକ୍ଷା କଲେ ନବୀନ, ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଦେଲେ ଯୋଗ

ଓଏଲ୍‌ ବ୍ୟୁରୋ: ଆଜିଠୁ ଓଡ଼ିଶାର ଶାସନ ଭାର ସମ୍ଭାଳିବ ବିଜେପି ସରକାର। ଆଉ କିଛି ସମୟ ମଧ୍ୟରେ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ସବୁଠୁ ବଡ଼କଥା ହେଲା ସରପଞ୍ଚରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ମୋହନ ମାଝୀ ଆଉ କିଛି ସମୟ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି ଅବସରରେ ଜନତା ମୈଦାନରେ ଜନସମାଗମ ଦେଖିବାକୁ ମିଳିଛି। ସବୁଠୁ ବଡ କଥା ହେଉଛି ଏହି ସମାରୋହରେ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି।

ସୂଚନା ଅନୁସାରେ, ଆଜି ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ମୋହନ ଚରଣ ମାଝୀ ନବୀନ ପଟ୍ଟନାୟକଙ୍କୁ ଭେଟି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଆଜି ପୂର୍ବାହ୍ନରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ନିବାସ ଗସ୍ତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଦୁଇ ନେତା କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିସହିତ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବା ପାଇଁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିଥିଲେ ନୂଆ ମୁଖ୍ୟମନ୍ତ୍ରୀ। ଏକ୍ସ’ ଜରିଆରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଲ୍ଲେଖ କରିଥିଲେ, ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମୋହନ ମାଝୀଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କଲି। ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଇଲି ବୋଲି ମଧ୍ୟ ଲେଖିଥିଲେ।

Leave A Reply

Your email address will not be published.