୪ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହେଲା ‘ମୋହନ’ ଯୁଗ। ଆଜି ଓଡ଼ିଶାରେ ସରକାର ଗଠନ କରିଲା ବିଜେପି। ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିଛି ଲୋକସେବା ଭବନ। ୪ ବର୍ଷ ଧରି ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ବନ୍ଦ ରହିଥିଲା।
କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ୨୦୨୦ ମାର୍ଚ୍ଚ ମାସରୁ ଏଭଳି ସ୍ଥିତି ଜାରି ରହିଥିଲା। ଯାହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖିଥିଲା। ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି।