Odisha Link
Bridging the Missing Links in Odisha

ଜୁନ୍ ୨୦ରେ ବିଧାନସଭା ବାଚସ୍ପତି ନିର୍ବାଚନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ମୋହନ ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିବା ବେଳେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବ କେଉଁ ମନ୍ତ୍ରୀ ତାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏସବୁ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ ୮ ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ସେ ଶୁକ୍ରବାର ଦିନ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ପରେ ରାଜ୍ୟପାଳ କାମଚଳା ବାଚସ୍ପତିଙ୍କୁ ଶପଥପାଠ କରାଇବେ।

ସେହିପରି ଜୁନ୍‌ ୨୦ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ତା ପୂର୍ବରୁ ଜୁନ୍‌ ୧୮ ଓ ୧୯ ତାରିଖରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ। କାମଚଳା ବାଚସ୍ପତି ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ।

Leave A Reply

Your email address will not be published.