ଟି-୨୦ ବିଶ୍ବକପ୍ରେ ବଡ଼ ବିପର୍ଯ୍ୟୟ: ପାକିସ୍ତାନ, ନ୍ୟୁଜିିଲାଣ୍ଡ ବିଦା
ଓଏଲ୍ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପ୍ ଟ୍ରଫି ଦୌଡ଼ରୁ ବାଦ ପଡ଼ିଲା ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ଟିିମ୍। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଟ୍ରଫି ଦୌଡ଼ରୁ ବାଦ ପଡ଼ିଛନ୍ତି। ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-ଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଏହି ଫଳାଫଳ, ଆୟୋଜକ ଆମେରିକାକୁ ସିଧାସଳଖ ସୁପର-୮ରେ ପହଞ୍ଚାଇ ଦେଇଛି।
ଭାରତ (୬ ପଏଣ୍ଟ) ପରେ ଆମେରିକା (୫ ପଏଣ୍ଟ) ଦ୍ବିତୀୟ ସ୍ଥାନରେ ରହି ଏହି ସ୍ଥାନ ପକ୍କା କରିଛି। ପାକିସ୍ଥାନ ଓ କାନାଡ଼ାକୁ ପରାସ୍ତ କରିଥିବାରୁ ଆମେରିକା ଏହାର ପୁରସ୍କାର ପାଇଛି। ପଦାର୍ପଣ ବିଶ୍ବକପ୍ରେ ଶୀର୍ଷ ୮ ଭିତରେ ସାମିଲ ହୋଇପାରିଛି। ଅନ୍ୟପଟେ ଆମେରିକାଠୁ ହାରିଥିବା ପାକିସ୍ତାନ (୩ ପଏଣ୍ଟ)ର ଅଭିଯାନ ଲିଗ୍ ପର୍ଯ୍ୟାୟରେ ଶେଷ ହୋଇଯାଇଛି। ଏହି ଗ୍ରୁପ୍ର ଅନ୍ୟ ଦୁଇ ଦଳ ଆୟର୍ଲାଣ୍ଡ ଓ କାନାଡ଼ା ମଧ୍ୟ ବିଦାୟ ନେଇଛନ୍ତି।
ସେହିପରି ଯଦି ଗ୍ରୁପ୍ ସିରେ ନଜର ପକାଇବା ତେବେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡର ଅଭିଯାନ ମଧ୍ୟ ଶୁକ୍ରବାର ଶେଷ ହୋଇ ଯାଇଛି। ଗ୍ରୁପ୍-ସିରୁ ୱେଷ୍ଟ୍ଇଣ୍ଡିଜ୍ ପରେ ଆଫ୍ଗାନିସ୍ତାନ ଦ୍ବିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି। ଶୁକ୍ରବାର ମ୍ୟାଚ୍ରେ ଆଫ୍ଗାନିସ୍ତାନ ୭ ୱିକେଟ୍ରେ ପପୁଆ ନ୍ୟୁ ଗିନିକୁ ପରାସ୍ତ କରିଛି। ଏହି ବିଜୟ ସହ ଦଳ ସୁପର-୮ ସ୍ଥାନ ନିଶ୍ଚିତ କରିଦେବାରୁ ଏହି ଗ୍ରୁପ୍ରେ ଥିବା ତାରକା ଖଚିତ ନ୍ୟୁଜିଲାଣ୍ଡ ଏଲିମିନେଟ୍ ହେବାକୁ ବାଧ୍ୟ ହୋଇଛି।