Odisha Link
Bridging the Missing Links in Odisha

ସ୍ୱାଭାବିକ ହେଲା ଶ୍ରୀଜିଉଙ୍କ ନୀତିକାନ୍ତି, ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ବିଳମ୍ବରେ ଚାଲିଥିଲା ନୀତି

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଥିବା ଜଣା ପଡିଥିଲା। ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଥିଲା ନୀତି। ବର୍ତ୍ତମାନ ତାହା ସ୍ୱାଭାବିକ ହୋଇଛି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି।

ସୂଚନା ଅନୁସାରେ, ଗତକାଲି ରାତି ସମୟରେ ପୂଜାପଣ୍ଡା ଏବଂ ସିଙ୍ଗାରୀ ସେବାୟତଙ୍କ ଭିତରେ ବିବାଦ ହୋଇଥିଲା। ଫଳରେ ହୋଇ ପାରିନଥିଲା ମହାପ୍ରଭୁଙ୍କ ବିବାହ ପାଇଁ ଆବଶ୍ୟକ ନୀତି। ଆଜି ସକାଳୁ ଏହି ନୀତି କରାଯାଇଥିଲା। ଶ୍ରୀଜିଉଙ୍କ ନୀତିରେ ବିଶୃଙ୍ଖଳା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।

Leave A Reply

Your email address will not be published.