Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଓଏସ୍ଏସଟିଇଟି ପରୀକ୍ଷାଫଳ, ଜାଣନ୍ତୁ କେମିତି ଜାଣିବେ ରେଜଲ୍ଟ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଓଏସ୍ଏସଟିଇଟି ପରୀକ୍ଷାଫଳ। ଓଏସ୍ଏସଟିଇଟି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷାଫଳ ଓଡିଶା ବୋର୍ଡର ୱେବସାଇଟରେ ଦେଖିପାରିବେ। ରେଜଲ୍ଟ ଜାଣିବା ପାଇଁ https://results.indiaresults.com/or/bse-orissa/osstet0RESexam-result-2023/mquery.htm ଲିଙ୍କକୁ ଯାଇ ନିଜ ରୋଲ ନମ୍ବର ଦେଲେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ। ପୂର୍ବରୁ ଓଏସଏସଟିଇଟି ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଆଶାୟୀମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତିରେ ଆବେଦନ କରିପାରୁନଥିବା ଅଭିଯୋଗ ହେଉଥିଲା।

ଗତ ଜାନୁଆରୀ ମାସ ୧୯ ତାରିଖରେ ଓଏସଏସଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଫେବୃଆରୀ ୨୯ରେ ଏହାର ଆନସର କି ଜାରି କରାଯାଇଥିଲା। ମାର୍ଚ୍ଚ ୬ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆନସର କି ବିପକ୍ଷରେ ଅଭିଯୋଗ ଦାଖଲ କରିଥିଲେ। ଆଜି ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି।

Leave A Reply

Your email address will not be published.