ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ଓଏଲ୍ ବ୍ୟୁରୋ: ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ। ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ। ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ। ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ। ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି। ହେଲେ ପୁରୀ ରଥ ଯାତ୍ରା ଟିକେ ନିଆଁରା।
ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ। ତିନି ରଥରେ ୪୪ ଗୋଟି ଯୋକା ଫିଟିଙ୍ଗ ଶେଷ ହୋଇଛି।ଏଥିସହ ତିନି ରଥର ୫ଟି ଲେଖାଏଁ ଜଗତପୃଷ୍ଠ ଶେଣି ଚଉପଟ ଶେଷ ହୋଇ, ତିନି ରଥର ଦୁଇଟି ଲେଖାଏଁ ଅଁଳାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚି, ତିନି ରଥର ଦ୍ୱିତୀୟ ଭୂଇଁ ନିର୍ମାଣ ଚାଲିଛି। ରଥ ଯାତ୍ରା ପାଇଁ ବିଭିନ୍ନ ପ୍ରସ୍ତୁତି ଜାରି ରହିଛି। ଟ୍ରାଫିକଠୁ ଆରମ୍ଭ କରି ନୀତିକାନ୍ତି ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ତା ଏବେଠୁ ତଦାରଖ ହେଉଛି।