Odisha Link
Bridging the Missing Links in Odisha

ଟ୍ରାଫିକ୍‌ରୁ ହଟିବ ରେଡ ଲାଇଟ୍‌

ଓଏଲ୍‌ ବ୍ୟୁରୋ: ଆଉ ରହିବନି ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ୍‌ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍। ଆଉ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହେବେନି ଜନତା। କାରଣ ଖୁବଶୀଘ୍ର ସମସ୍ତ ଟ୍ରାଫିକ୍‌ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍। ତା ପାଇଁ ହେବ ବିକଳ୍ପ ବ୍ୟବସ୍ଥା। ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଖୁବଶୀଘ୍ର ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ୍। ତା ପାଇଁ ବିକଳ୍ପ ବ୍ୟବସ୍ଥା ହେବ। ଓଭର ବ୍ରିଜ୍, ଆପ୍ରୋଚତ ରୋଡ୍‌ ପରି ବ୍ୟବସ୍ଥା ହେବ। ଖୁବଶୀଘ୍ର ବିଭାଗୀୟସ୍ତରୀୟ ଆଲୋଚନା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ଏହାସହ ଟ୍ୱିନସିଟି ମଧ୍ୟରେ ଯାତାୟାତ ସୁଗମ କରିବାକୁ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ବଜେଟ ସ୍ଥିତି ସମୀକ୍ଷା ପରେ ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ଡବଲ ଇଞ୍ଜିନ ସରକାର ନିଶ୍ଚିତ ଏଥିପାଇଁ ଓଡ଼ିଶାକୁ ସହଯୋଗ କରିବେ। ମେଟ୍ରୋ ଏକ ବଡ଼ ବ୍ୟବସ୍ଥା। ତାକୁ କିଭଳି ତ୍ୱରାନ୍ୱିତ କରାଯିବ, ବର୍ଷା ଦିନରେ କିଭଳି କାମ ଚାଲିବ, ସେନେଇ ଖୁବଶୀଘ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି କହିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.