Odisha Link
Bridging the Missing Links in Odisha

ଆଜି ଅଣସର ଦଶମୀ, ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଚକାବିଜେ ନୀତି

ଓଏଲ୍‌ ବ୍ୟୁରୋ: ଆଜି ଅଣସର ଦଶମୀ। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ଚକାବିଜେ ନୀତି।ଯାହା ଫଳରେ ଜ୍ୱର ଜନିତ ପୀଡାରୁ ସାମାନ୍ୟ ସୁସ୍ଥତା ମିଳିବାର ବିଶ୍ୱାସ ରହିଛି। ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କୁ ଚକା ଉପରକୁ ବିଜେ କରାଇବା ସହ ଚକଟା ଓ ପଣାଭୋଗ ଲାଗି କରାଇବେ।

ସେପଟେ ଆଜି ଶ୍ରୀବୈଦ୍ୟଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ପାରମ୍ପରିକ ଶୈଳୀରେ ଜ୍ୱରରୁ ସମ୍ପୂର୍ଣ ଉପଶମ ପାଇଁ ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ କରାଯିବ ଦଶମୂଳରିଷ୍ଟ ମୋଦକ। ପାରମ୍ପରିକ ଭାବେ ରାଜବୈଦ୍ୟଙ୍କ ଘରେ ଏହି ଦିବ୍ୟ ଔଷଧ ପ୍ରସ୍ତୁତ ହେବା ପରେ ଏହାକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ। ପରେ ଆସନ୍ତାକାଲି ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି ହେବା ସହ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଅଛି।

Leave A Reply

Your email address will not be published.