Odisha Link
Bridging the Missing Links in Odisha

ନିଟ୍ ୟୁଜି: ପ୍ରକାଶ ପାଇଲା ସଂଶୋଧିତ ମେଧା ତାଲିକା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ଏସବୁ ଭିତରେ ପ୍ରକାଶ ପାଇଛି ନିଟ୍ ୟୁଜିର ସଂଶୋଧିତ ମେଧା ତାଲିକା। ଜୁନ୍‌ ୨୩ରେ ହୋଇଥିବା ରିଟେଷ୍ଟ ଦେଇଥିବା ପିଲାଙ୍କ ରେଜଲ୍ଟ ମଧ୍ୟ ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଥିବା ଜାତୀୟ ପରୀକ୍ଷା ସଂସ୍ଥାନ ପକ୍ଷରୁ ସଂଶୋଧିତ ମେଧା ତାଲିକା ନେଇ ସୂଚନା ଜାରି ହୋଇଛି। ଜୁନ୍‌ ୨୩ରେ ହୋଇଥିବା ରିଟେଷ୍ଟ ପରୀକ୍ଷାରେ ୮୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ନିଟ୍ ୟୁଜିର ସଂଶୋଧିତ ମେଧା ତାଲିକା ଜାତୀୟ ପରୀକ୍ଷା ସଂସ୍ଥାନ ୱେବସାଇଟରେ ଉପଲବ୍ଧ ହୋଇଛି। https://exams.nta.ac.in/NEET/

Leave A Reply

Your email address will not be published.