Odisha Link
Bridging the Missing Links in Odisha

ସାଂସଦଙ୍କୁ ମୋଦିଙ୍କ ଅପିଲ; ସଂସଦରେ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣ ରଖିବେ। ତେବେ ଏହାପୂର୍ବରୁ ଆଜି ଏନଡିଏର ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବୈଠକ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ସଂସଦରେ ରାହୁଲ ଗାନ୍ଧୀ ଯେଉଁ ଭାଷାରେ କହୁଛନ୍ତି ତାହା ଠିକ୍ ନୁହେଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ସାଂସଦଙ୍କୁ କହିଛନ୍ତି ସଂସଦରେ ରାହୁଲଙ୍କ ଭଳି ବ୍ୟବହାର କରିବା ନାହିଁ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏ ସଂସଦୀୟ ଦଳ ବୈଠକରେ କହିଛନ୍ତି, ସଂସଦରୁ ଶିଖିବା ଠାରୁ ଭଲ ସ୍ଥାନ ନାହିଁ। ତେଣୁ ସାଂସଦ ମାନେ ଯେତେ ହୋଇପାରିବ ଶିଖନ୍ତୁ। ନୂଆ ସାଂସଦ ମାନେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଯାଆନ୍ତୁ। କିଛି ଦଶକ ଧରି ନିର୍ଦ୍ଦିଷ୍ଟ ପରିବାର ପ୍ରଧାନମନ୍ତ୍ରୀ ଚୌକି ଉପରେ କବଜା କରି ରଖିଥିଲେ। ସେଠାକୁ ଯାଇ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସଫଳତାର ଯାତ୍ରା ବାବଦରେ ଜାଣିବା ସହ ସେମାନଙ୍କର ଅନୁଭବରୁ ଶିଖିବା ଉଚିତ୍ । ନେହେରୁଙ୍କ ପରେ ଅନେକ ପ୍ରଧାନମନ୍ତ୍ରୀ ଆସିଛନ୍ତି। ନେହେରୁଙ୍କ ପରେ ଲଗାତାର ୩ଥର ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହେବା ଯାହା କେହି କରିପାରିନଥିଲେ ତାହାକୁ ଜଣେ ଚା ବାଲା କିଭଳି କରିପାରିଲା। ଏହି ସଫଳତା ଦେଖି କିଛି ଲୋକ ଛଟପଟ ହେଉଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.