Odisha Link
Bridging the Missing Links in Odisha

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଝଟକା, ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ଏୟାରଟେଲ୍‌ ଓ ଜିଓ

ଓଏଲ୍‌ ବ୍ୟୁରୋ: ଜିଓ ସହ ଏୟାରଟେଲ୍‌ ଗ୍ରାହକଙ୍କୁ ତାଯୁବ କଲା ଭଳି ଖବର ଆସିଛି। ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ଏୟାରଟେଲ୍‌ ଓ ଜିଓ। ନିରନ୍ତର ଭଏସ ପ୍ଲାନ, ପ୍ରତିଦିନିଆ ଡାଟା ପ୍ଲାନରେ ଏୟାରଟେଲ୍‌ ପରିବର୍ତ୍ତନ ଆଣିଥିବାବେଳେ ଜିଓ ପ୍ଲାନ ବଦଳିଛି। ଏହି ନୂଆ ଦର ଜୁଲାଇ ୩ ତାରିଖରୁ ଅର୍ଥାତ ଆଜିଠୁ ଲାଗୁ ହୋଇଛି।

ଏୟାରଟେଲ୍‌ ସିମ ବ୍ୟବହାରକାରୀ କେଉଁ ପ୍ଲାନ ପାଇଁ କେତେ ଖର୍ଚ୍ଚ କରିବେ, ଆସନ୍ତୁ ଜାଣିବା…

୨୮ ଦିନିଆ ପ୍ଲାନ୍ ପାଇଁ ପୂର୍ବରୁ ୧୭୯ ଥିବାବେଳେ ଏବେ ତାହା ୧୯୯ କରାଯାଇଛି। ସେହିଭଳି ୨୮ ଦିନିଆ ପ୍ଲାନରେ ୨୬୫, ୨୯୯, ୩୫୯, ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା । ନୂଆ ପ୍ଲାନରେ ଏବେ ୨୯୯, ୩୪୯, ୪୦୯, ୪୪୯ ଟଙ୍କାର ରିଚାର୍ଜ କରିବାକୁ ପଡିବ। ଅର୍ଥାତ ଆପଣ ଯଦି ୨୬୫ ଟଙ୍କାର ରିଚାର୍ଜ କରୁଥିଲେ ଏବେ ନୂଆ ପ୍ଲାନ ହିସାବରେ ୨୯୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ।

ଜିଓ ୟୁଜର୍ସ କେଉଁ ପ୍ଲାନ ପାଇଁ କେତେ ଖର୍ଚ୍ଚ କରିବେ, ଆସନ୍ତୁ ଜାଣିବା…

ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଓ ସବୁ ୟୁଜର୍ସଙ୍କୁ ଅନଲିମିଟେଡ 5G ଡାଟା ଦେବା ବନ୍ଦ କରି ଦେଇଛି। ପ୍ରତିଦିନ 2GB କିମ୍ବା ତା’ଠାରୁ ଅଧିକ ଡାଟା ବାଲା ପ୍ଲାନ ବ୍ୟବହାର କରୁଥିବା ୟୁଜର୍ସ ଏବେ 5G ଡାଟା ପାଇପାରିବେ। ଅର୍ଥାତ ଯେଉଁ ୟୁଜର୍ସ ୨୯୯, ୩୪୯, ୩୯୯, ୫୩୩, ୭୧୯, ୯୯୯ ଓ ୨୯୯୯ ପ୍ଲାନ ନେଇଥିବା, ସେହିମାନେ ହିଁ ଅନଲିମିଟେଡ 5G ଡାଟାର ଲାଭ ଉଠାଇ ପାରିବେ।

Leave A Reply

Your email address will not be published.