Odisha Link
Bridging the Missing Links in Odisha

ଭୋଲେ ବାବା କିଏ? କନେଷ୍ଟବଳରୁ ହୋଇଥିଲେ ଧର୍ମଗୁରୁ; ୩୦ ଏକର ଜମିରେ ରହିଛି ଆଶ୍ରମ

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷର ସବୁଠୁ ବଡ଼ ଅଘଟଣ ଘଟିଛି ଉତ୍ତରପ୍ରଦେଶର ହାଥରସରେ। ସତ୍‌ସଙ୍ଗ ଚାଲିଥିବା ସମୟରେ ଦଳାଚକଟା ହେବା ଯୋଗୁଁ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ଭିଡ଼ରେ ଫସି ଯାଇଥିବା ମହିଳା ଓ ଶିଶୁ ଏହି ଦଳାଚକଟାର ଶିକାର ହୋଇଛନ୍ତି। ଅନେକ ଗୁରୁତର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ଦଳାଚକଟା ସ୍ଥିତି ସେତେବଳେ ଉପୁଜିଥିଲା ଯେତେବଳେ କି ଭୋଲେ ବାବାଙ୍କ ପାଦ ଧୂଳି ଆଣିବାକୁ ଆଗଭର ହୋଇଥିଲେ ଉପସ୍ଥିତ ଜନତା। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଭଲୋଣ୍ଟର ମାନେ ପାଣି ସ୍ପ୍ରେ କରିଥିଲେ। ଯାହାଫଳରେ ଉପସ୍ଥିତ ଲୋକେ ଜଣକ ପରେ ଜଣେ ତଳେ ଖସି ପଡ଼ିଥିଲେ। ତାପରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଯାହାଫଳରେ ଏପର୍ଯ୍ୟନ୍ତ ୧୨୧ ଜଣଙ୍କ ଜୀବନ ଗଲାଣି। ଏହି ଘଟଣା ପରେ ସକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ୍‌ ଛାଡ଼ି କୁଆଡ଼େ ଫେରାର ହୋଇ ଯାଇଛନ୍ତି କାହାରିକୁ ଜଣା ନାହିଁ। ଅଘଟଣର ୧୭ ଘଣ୍ଟା ପରେ ମଧ୍ୟ ଭୋଲେ ବାବାଙ୍କ ପତ୍ତା ପାଇନାହିଁ ପୁଲିସ।

ଭୋଲେ ବାବା କିଏ?

ଭୋଲେ ବାବାଙ୍କ ଆଶ୍ରମ ୩୦ ଏକର ଜମିରେ ରହିଛି। ଏପରିକି ତାଙ୍କର ଏକ ନିଜର ସୁରକ୍ଷା ବାହିନୀ ଗଠନ କରିଛନ୍ତି। ତାଙ୍କ ନାମରେ ୫ଟି ଯୌନ ଶୋଷଣ ମାମଲା ରହିଛି। ଉତ୍ତରପ୍ରଦେଶ ପୁଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ସମୟରେ ସକର ବିଶ୍ବହରି ବାବାଙ୍କ ନାମରେ ଯୌନ ଶୋାଷଣ ମାମଲା ଦାୟର ହୋଇଥିଲା। ଯାହାଫଳରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ସରକାର। ପରେ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ବାହାରିବା ପରେ ସେ ତାଙ୍କ ନାମ ଓ ପରିଚୟ ବଦଳେଇ ଦେଇଥିଲେ।

ସକର ବିଶ୍ବହରି ବାବାରୁ ସେ ଭୋଲେ ବାବା ହୋଇଯାଇଥିଲେ। ଶ୍ରଦ୍ଧାଳୁ ମାନେ ଭୋଲେ ବାବାଙ୍କୁ ପରାମାତ୍ମା ଓ ତାଙ୍କ ପତ୍ନୀଙ୍କୁ ମା’ ବୋଲି କହୁଥିଲେ। ସତ୍‌ସଙ୍ଗରେ ସେ ଆଉ ତାଙ୍କ ପତ୍ନୀ ସାମିଲ ହେଉଥିଳେ। ଯେବେ ଭୋଲେ ବାବା ରହୁ ନଥିଲେ ତେବେ ତାଙ୍କ ପତ୍ନୀ ସତ୍‌ସଙ୍ଗରେ ପ୍ରବଚନ ଦେଉଥିଲେ। ୧୭ ବର୍ଷ ତଳେ ପୁଲିସ ଚାକିରିରୁ ତଡ଼ା ଖାଇବା ପରେ ଧାର୍ମିକ ପ୍ରବଚନ ଦେବା ଆରମ୍ଭ କରିଥିଲେ ଭୋଲେ ବାବା। କୁହାଯାଉଛି ହାଥରସ ଓ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଲୋକ ଭୋଲେ ବାବାଙ୍କ ଅନୁଗାମୀ। ଭୋଲେ ବାବାଙ୍କ ପାଖରେ କାର ହିଁ କାର ରହିଛି। ବିଭିନ୍ନ କମ୍ପାନୀର ନାମିଦାମୀ କାର ଭୋଲେ ବାବାଙ୍କ ପାଖରେ ରହିଛି।

Leave A Reply

Your email address will not be published.