Odisha Link
Bridging the Missing Links in Odisha

ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା, ଆସିଲା ନୂଆ ତାରିଖ

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ପାଇଁ ସରକାର ଆସନ୍ତା ୮ ତାରିଖ ଅର୍ଥାତ ସୋମବାର ଛୁଟି ଘୋଷଣା କରିଛନ୍ତି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ପରେ ଏକକ ପିଜି ପ୍ରବେଶିକା ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଗତକାଲି ଅର୍ଥାତ ଜୁଲାଇ ୩ରୁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି। ରଥଯାତ୍ରା ପାଇଁ ସରକାର ଆସନ୍ତା ୮ ତାରିଖ ଅର୍ଥାତ ସୋମବାର ଛୁଟି ଘୋଷଣା କରିବା ପରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ବାତିଲ କରି ୧୫ ତାରିଖରେ ହେବାକୁ ନିଷ୍ପତି ନିଆଯାଇଛି। ରଥଯାତ୍ରା କାରଣରୁ କେବଳ ୮ ତାରିଖରେ ହେବାକୁ ଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି।

Leave A Reply

Your email address will not be published.