Odisha Link
Bridging the Missing Links in Odisha

ବଡ଼ଦାଣ୍ଡରେ ଭିଜିବେ ଭକ୍ତ, ରଥଯାତ୍ରାରେ ପ୍ରବଳ ବର୍ଷା ସମ୍ଭାବନା

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ।

ଅନ୍ୟପଟେ, ପାଣିପାଗ ବିଭାଗର ସତର୍କତା ବଢ଼ାଇଛି ଚିନ୍ତା। ଆସନ୍ତା ୭ ଅର୍ଥାତ ରଥ ଯାତ୍ରାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଆସନ୍ତା ୮ରେ ହାଲୁକାରୁ ମଧ୍ୟମ ବର୍ଷା ନେଇ ସୂଚନା ରହିଥିବାବେଳେ ପୁରୀକୁ ବି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ୨୪ ଘଣ୍ଟା ପାଇଁ ଘଡ଼ଘଡି଼ ବିଜୁଳି ସହ ବର୍ଷା ସତର୍କତା ଜାରି ହୋଇଛି।

Leave A Reply

Your email address will not be published.