Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି ଡେଙ୍ଗୁ, ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟ ବିଭାଗର ତତ୍ପରତା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। ଡେଙ୍ଗୁ ପ୍ରବଣ ଅଞ୍ଚଳରେ ମ୍ୟାପିଂ ସହ ସର୍ବେକ୍ଷଣ ନିର୍ଦେଶ ଜାରି ହୋଇଛି। ୫ ବର୍ଷ ହେବ ଡେଙ୍ଗୁ ହଟ୍‌ସ୍ପଟ୍ ଥିବା ସ୍ଥାନକୁ ସର୍ବେକ୍ଷଣ ନିର୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ଅନ୍ୟପଟେ, ପୂର୍ବରୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଥିଲେ, ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ। ଡେଙ୍ଗୁ ସ୍ଥିତି ଗତବର୍ଷ ତୁଳନାରେ ଦୁଇ ଗୁଣା ବୃଦ୍ଧି ପାଇଛି। ବର୍ଷା ବଢିବା ସହିତ ଡେଙ୍ଗୁ ବି ବଢୁଛି। ଗତକାଲି ସୁଦ୍ଧା ରାଜ୍ୟରେ ୨୮୮ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ଜଣ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଜାରି ହୋଇଛି।

Leave A Reply

Your email address will not be published.