Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ, ଏଏସ୍‌ଆଇ ଓ ପୂର୍ତ୍ତ ବିଭାଗର ବିଶେଷଜ୍ଞ ସାମିଲ

ଓଏଲ୍ ବ୍ୟୁରୋ: ପ୍ରତିବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ବାର୍ଷିକ ଯାଞ୍ଚ ଏବଂ ମରାମତି ହୋଇଥାଏ। ଏହି କ୍ରମରେ ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବା ପାଇଁ ଏଏସ୍‌ଆଇ ଓ ପୂର୍ତ୍ତ ବିଭାଗର ବିଶେଷଜ୍ଞ ସହ ଶ୍ରୀମନ୍ଦିର ବୈଷୟିକ କୋର କମିଟି ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନେ ସାମିଲ ହୋଇଛନ୍ତି। ବିଶେଷକରି ଗର୍ଭଗୃହ ସମେତ ରତ୍ନସିଂହାସନ, ନାଟମଣ୍ଡପ, ଜଗମୋହନ, ଗର୍ଭଗୃହର ପ୍ରଥମ ମହଲା ଓ ଦ୍ୱିତୀୟ ମହଲାର ରୁଟିନ ଯାଞ୍ଚ କରାଯିବ। ଏଥିସହ ଅଁଳାବେଢା ଏବଂ ଅନ୍ୟ ପାର୍ଶ୍ୱ ଦେବଦେବୀ ମନ୍ଦିରର ଯାଞ୍ଚ ଓ ମରାମତି ହେବ।

ସୂଚନା ଅନୁସାରେ, ଠାକୁର ଶ୍ରୀମନ୍ଦିରକୁ ଫେରିବା ବେଳକୁ କ’ଣ କ’ଣ କାମ କରାଯିବ ପୂର୍ବରୁ ଏ ନେଇ ଏଏସ୍‌ଆଇ ପକ୍ଷରୁ ଯୋଜନା କରାଯାଇଛି। ସେହିଭଳି ଯାଞ୍ଚ ସମୟରେ ଯାହା ଜଣାପଡିବ ତାହାର ମରାମତି ମଧ୍ୟ କରାଯିବ। ଗତବର୍ଷ ରଥଯାତ୍ରା ସମୟରେ ଯେଉଁସବୁ ସ୍ଥାନରେ ଯୋଡ଼େଇ ମରାମତି କରାଯାଇଥିଲା ତାହାର ସ୍ଥିତି କେମିତି ରହିଛି ତାହାକୁ ମଧ୍ୟ ଯାଞ୍ଚ କରାଯିବ। ଗର୍ଭଗୃହରୁ ମଧ୍ୟ କଳା ଆସ୍ତରଣ ଛଡାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.