Odisha Link
Bridging the Missing Links in Odisha

କେବେ ଖୋଲିବ ରତ୍ନଭଣ୍ଡାର? ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଏଲ୍‌ ବ୍ୟୁରୋ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ବିସ୍ତୃତ ଆଲୋଚନା ହେବ। ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଗତକାଲି ପ୍ରସ୍ତାବ ଦେଇଛି ସ୍ୱତନ୍ତ୍ର ତଦାରଖ କମିଟି। ଆସନ୍ତା ଜୁଲାଇ ୧୪ରେ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ବଢିଛି। ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି।

ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ଆହୁରି ମଧ୍ୟ କହିଛନ୍ତି, ଆଜି ବୈଠକରେ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଦାଖଲ ହୋଇନି। ଅଳଙ୍କାର ଗଣତି ମଣତି ହେଉଛି ଲମ୍ବା ପ୍ରକ୍ରିୟା। ଅଳଙ୍କାର ଗଣତି ପାଇଁ ଆସିବେ ସ୍ୱତନ୍ତ୍ର ବଣିଆ। ଅସ୍ଥାୟୀ ରତ୍ନଭଣ୍ଡାରରେ ଅଳଙ୍କାର ରଖାଯିବ। ଅଳଙ୍କାର ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ ହୋଇଛି। ଚାବି ଖୋଲୁ କି ନଖୋଲୁ ରତ୍ନଭଣ୍ଡାର ଖୋଲିବ। ଯେକୌଣସି ମତେ ଖୋଲିବ ରତ୍ନଭଣ୍ଡାର। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଆଶା କରୁଛୁ ସରକାର ଅନୁମତି ଦେବେ। ଅନୁମତି ମିଳିଲେ ୧୪ରେ ରତ୍ନଭଣ୍ଡାର ଖୋଲିବ ବୋଲି ତଦାରଖ କମିଟି ଅଧ୍ୟକ୍ଷ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.