Odisha Link
Bridging the Missing Links in Odisha

ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର ବଜେଟ୍ ଆଗତ କରିବା ପୂର୍ବରୁ ଏହି ବୈଠକ ବସୁଛି। ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ବାଜିପାରେ। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ପରେ ପ୍ରଥମ ଦିନରେ କ୍ୟାବିନେଟ୍ ବୈଠକ ବସିଥିଲା। ତେବେ ଆଜି ଏହା ଦ୍ୱିତୀୟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିନ ସାଢେ ୧୧ଟାରେ ବୈଠକ ଆରମ୍ଭ ହୋଇଛି।

Leave A Reply

Your email address will not be published.