Odisha Link
Bridging the Missing Links in Odisha

ରଥରେ ଅଘଟଣ: ଆଇନମନ୍ତ୍ରୀଙ୍କ ବୟାନକୁ ସମାଲୋଚନା କଲେ ସୁଲୋଚନା

ଓଏଲ୍‌ ବ୍ୟୁରୋ: ଗତକାଲି ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଦୁଃଖ ପ୍ରକାଶ କରିଛି। ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ଏହି ଘଟଣାରେ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ସୁଲୋଚନା ଦାସ। ଏଭଳି ଘଟଣା ଘଟିବା ଲଜ୍ଜାଜନକ। ପହଣ୍ଡି ବିଜେ ବେଳେ ଅଘଟଣ ଘଟିବା ଅକ୍ଷମଣୀୟ। ଏଭଳି ଘଟଣା ପାଇଁ ଜଗନ୍ନାଥପ୍ରେମୀ କାନ୍ଦୁଛନ୍ତି। ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଦୁଃଖଦାୟକ।

ସୂଚନା ଅନୁସାରେ, ଗତକାଲି ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ିଥିଲେ। ଯେଉଁଥିରେ ୭ରୁ ଅଧିକ ସେବାୟତ ଆହତ ମଧ୍ୟ ହୋଇଛନ୍ତି।

ଏହି ଘଟଣାକୁ ନେଇ ଆଇନମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବୟାନ ଦେଇଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦିଆଯାଇଛି। ରଥରେ କୌଣସି ଅଣସେବାୟତ ଥିବା ଅଭିଯୋଗ ହୋଇନି। ଏହା ଲୀଳାମୟଙ୍କ ଲୀଳା ବୋଲି ଆଇନ ମନ୍ତ୍ରୀ କହିଥିଲେ। ଏହା ସହ ଆଗରୁ ଆହୁରି ଶୃଙ୍ଖଳିତ ରଥଯାତ୍ରା ପାଇଁ ବ୍ୟବସ୍ତା କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.