Odisha Link
Bridging the Missing Links in Odisha

ପହଣ୍ଡିରେ ଅଘଟଣ: ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା

ଓଏଲ୍‌ ବ୍ୟୁରୋ: ଗତକାଲି ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ିଥିଲେ। ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।

ପହଣ୍ଡିରେ ଅଘଟଣ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା। ପରିଚାଳନା କମିଟି ମିଟିଂ ପରେ ଗଜପତି ମହାରାଜା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି, ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ନହେବାକୁ ସେବାୟତ ଯତ୍ନ ନେବେ। ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ ରହୁଛନ୍ତି। ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ।ପରିଚାଳନା କମିଟି ବୈଠକରେ ଏନେଇ ବିଶେଷ ଆଲୋଚନା ହେବ। ଆଗାମୀ ରଥଯାତ୍ରାରେ ଯେମିତି ଏଭଳି ନହେବ, ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ, ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀମନ୍ଦିର ପରିଚାଳନା କମିଟି। ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିର ମଂଜୁରୀ। ପରିଚାଳନା କମିଟି ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ୧୪ରେ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। କେବେ ଖୋଲିବ ସରକାର ନିଷ୍ପତ୍ତି ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ପହଣ୍ଡି ଅଘଟଣ ନେଇ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଜଣେ ଏଡିଏମ୍‌, ଉନ୍ନୟନ ପ୍ରଶାସକ ଓ ଜଣେ ଡିଏସ୍‌ପି ରହିବେ। ଭିଡିଓ ଫୁଟେଜ୍‌ ସହ ସମସ୍ତ ଦିଗକୁ ଦେଖି ତଦନ୍ତ କରି ରିପୋର୍ଟ ଦେବେ। ନୀଳାଦ୍ରି ବିଜେର ୧୦ ଦିନ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବ।

ସୂଚନା ଅନୁସାରେ, ଗତକାଲି ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ିଥିଲେ। ଯେଉଁଥିରେ ୭ରୁ ଅଧିକ ସେବାୟତ ଆହତ ମଧ୍ୟ ହୋଇଛନ୍ତି।

Leave A Reply

Your email address will not be published.