Odisha Link
Bridging the Missing Links in Odisha

ତୁଟୁନି ମନୀଷ ସିସୋଦିଆଙ୍କ ଅଡୁଆ, ମାମଲାରୁ ଓହରିଲେ ବିଚାରପତି

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନୀଷ ସିସୋଦିଆଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାକୁ ଥିବା ବେଳେ ଏହି ମାମଲାର ବିଚାର କରୁଥିବା ବିଚାରପତି ମାମଲାରୁ ଓହୁରି ଯାଇଛନ୍ତି। ସିସୋଦିଆ ପାଖାପାଖି ୧୬ ମାସ ହେବ ଜେଲରେ ରହିଛନ୍ତି। ଜାମିନ ପାଇଁ ବାରମ୍ବାର କୋର୍ଟରେ ଆବଦନ ମଧ୍ୟ କରିଚାଲିଛନ୍ତି। ହେଲେ ସେ ଜାମିନ ପାଇପାରନ୍ତି ବୋଲି ଆଶା କରାଯାଉଥିବା ବେଳେ ଏହି ମାମଲାର ବିଚାର କରୁଥିବା ସୁପ୍ରିମକୋର୍ଟର ବିଚାରପତି ନିଜକୁ ଏହି ମାମଲାରୁ ଅଲଗା କରିନେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଂଜୟ କୁମାର ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବା ପୂର୍ବରୁ ଏହି ମାମଲାରୁ ନିଜକୁ ଅଲଗା କରିନେଇଛନ୍ତି।

ଖବର ଅନୁସାରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏବେ ଇଡି ଓ ସିବିଆଇର ହେପାଜତରେ ରହିଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କୁ ୨୦୨୩ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା ସିବିଆଇ। ଏହାପରେ ଜେଲରେ ତାଙ୍କୁ ଇଡି ଜେରା କରିବା ସହ ପୁଣି ଗିରଫ କରିଥିଲା। ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ। ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

Leave A Reply

Your email address will not be published.