କାଳ ସାଜିଲା ରିଲ୍ସ, ୫ ଦିନ ପରେ ମିଳିଲା ଓମ୍ ପ୍ରକାଶଙ୍କ ମୃତଦେହ

ଓଏଲ୍ ବ୍ୟୁରୋ: ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୀର୍ଘ ୫ ଦିନ ଖୋଜାଖୋଜି କରିବା ପରେ ଆଜି ସକାଳେ ଖଣି ପାଣିରେ ଭାସିଥିଲା ଓମ୍ ପ୍ରକାଶଙ୍କ ମୃତଦେହ। ଗତ ସୋମବାର ଦିନ ତାପଙ୍ଗ ଖଣି ଅଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଓମ ପ୍ରକାଶ ରିଲ୍ସ କରିବା ବେଳେ ତଳକୁ ଛସିପଡିଥିଲେ। ଏହାପରେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଓମ ପ୍ରକାଶଙ୍କୁ ଠାବ କରିବା ପାଇଁ ଏନଡିଆରଏଫ୍, ନାଭାଲ ଟିମ୍ ସହ ରାଉରକେଲା ଏନଆଇଟିର ରୋବଟ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ବହୁ ଖୋଜା ଖୋଜି ପରେ ଶେଷରେ ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଠାବ ହୋଇଛି। ମୃତଦେହ ମିଳିବା ପରେ ଓମ୍ ପ୍ରକାଶଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ପୁଲିସ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।