ଅନ୍ତରୀଣ ଜାମିନ ସତ୍ତ୍ୱେ ଜେଲ୍ରେ ରହିବେ କେଜ୍ରିୱାଲ
ଓଏଲ୍ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ ମିଳିଛି। ମଦ ଦୁର୍ନୀତି ମାମଲାରେ ଔପଚାରିକ ଭାବେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ କରିଥିଲା। ସୁପ୍ରିମକୋର୍ଟରେ ଜାମିନ ଆବେଦନର ଶୁଣାଣି ପୂର୍ବରୁ ଗିରଫ ହୋଇଥିଲେ। ବର୍ତ୍ତମାନ ଇଡି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ବଡ଼ ବେଞ୍ଚକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ୩ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିବେ। ଅରବିନ୍ଦ କେଜ୍ରିୱାଲଙ୍କ ଶୁଣାଣି ପାଇଁ ୩ ବିଚାରପତି ନିଯୁକ୍ତ କରିବେ ପ୍ରଧାନ ବିଚାରପତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ହେଲେ ସିବିଆଇ ମାମଲାରେ ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ କେଜ୍ରିୱାଲ।