ଜମ୍ମୁ-କାଶ୍ମୀରରେ ଏନ୍କାଉଣ୍ଟର: ୪ ଯବାନ ସହିଦ

ଓଏଲ୍ ବ୍ୟୁରୋ: ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି । ସୋମବାର ବିଳମ୍ୱିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆତଙ୍କୀଙ୍କ ଗୁଳିରେ ୪ ଯବାନ ସହିଦ ହୋଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଏହି ଗୁଳିବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଏବେ ବି ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।