Odisha Link
Bridging the Missing Links in Odisha

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉପକୂଳ ଓଡ଼ିଶାରେ ପଡ଼ିବ ପ୍ରଭାବ

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ। ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହ ୧୯ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ୨ଦିନରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଲଘୁଚାପ। ଯାହା ଦ୍ୱାରା ଆସନ୍ତା ୨୧ ଯାଏ ବର୍ଷା ହେବାର ସମ୍ଭାବନା ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୫ରେ ଆଉ ଏକ ଲଘୁଚାପ ସହ ଉତ୍ତରରେ ପ୍ରବଳ ବର୍ଷିବା ସହ ଆସନ୍ତା ୫ରୁ ୭ ଦିନ ଯାଏ ଲାଗି ରହିବ। ଏହା ଦ୍ୱାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ଭରଣା ହେବ।

Leave A Reply

Your email address will not be published.