କେଉଁ ଉପାୟରେ ଗଣତି ହେବ ରତ୍ନଭଣ୍ଡାରର ଅଳଙ୍କାର? ଜଷ୍ଟିସ ବିଶ୍ବନାଥ ରଥ ଦେଲେ ସୂଚନା
ଓଏଲ୍ ବ୍ୟୁରୋ: ଗତକାଲି ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ମଣତି ଓ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ପୂର୍ବରୁ ଏସଓପିରେ ଥିବା ଦୁଇଟି କାର୍ଯ୍ୟ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି।
ଏଏସଆଇ ରତ୍ନଭଣ୍ଡାରର ମରାମତି ପରେ ଗଣତି ଆରମ୍ଭ କରାଯିବ। ଏନେଇ ଏଏସଆଇ କମିଟିକୁ ଲିଖିତ ଆକାରରେ ଜଣାଇବ। ମରାମତି ପରେ ସିନ୍ଦୁକ ଓ ଆଲମିରା ଭିତର ଭଣ୍ଡାରକୁ ନିଆଯିବ। ଭିତର ରତ୍ନଭଣ୍ଡାରରେ ଗଣତି ହେବ। ମଣତି ଗଣତି କାର୍ଯ୍ୟ ପାଇଁ ବୈଷୟିକ ଜ୍ଞାନ ବ୍ୟବହାର ହେବ। ଏଥିପାଇଁ କିଛି ବିଶେଷଜ୍ଞଙ୍କୁ ସାମିଲ କରାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି।