Odisha Link
Bridging the Missing Links in Odisha

ବଜେଟ୍ ୨୦୨୪: କର୍କଟ ରୋଗର ୩ଟି ଔଷଧ ଉପରୁ ହଟିଲା ସୀମା ଶୁଳ୍କ

ଓଏଲ୍ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସପ୍ତମ ଥର ପାଇଁ ଆଜି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହୋଇଛନ୍ତି। ୪୭୬ ପୃଷ୍ଠାର ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ, ଯାହା ମୋବାଇଲ ପ୍ରେମୀଙ୍କ ପାଇଁ ଖୁସି ଆଣିଦେବ। ମୋବାଇଲ ଫୋନ ଓ ଚାର୍ଜରର ସୀମା ଶୁଳ୍କକୁ ହ୍ରାସ କରିବା ନେଇ ଘୋଷଣା ହୋଇଛି। ୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସେହିଭଳି ସୁନା, ରୂପାର ସୀମା ଶୁଳ୍କକୁ ୬ ପ୍ରତିଶତ ହ୍ରାସ କରାଯାଇଛି। ୩ଟି କର୍କଟ ରୋଗର ଔଷଧ ଉପରୁ ସୀମା ଶୁଳ୍କ ଛାଡ଼ କରାଯାଇଛି।

Leave A Reply

Your email address will not be published.