Odisha Link
Bridging the Missing Links in Odisha

ବଜେଟ୍‌ରେ ଏନ୍‌ଟିପିସି ଓ ଭେଲକୁ ମିଳିଲା ବଡ଼ କାମ, ସେୟାର ମାର୍କେଟରେ ଉତ୍ସାହ

ଓଏଲ୍‌ ବ୍ୟୁରୋ: ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌। ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନା କରୁଛନ୍ତି ବଜେଟ୍‌। ଗୋଟିଏ ପଟେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍‌ ଉପସ୍ଥାପନା କରୁଥିବା ବେଳେ ଅନ୍ୟପଟେ ସେୟାର ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି।

ଆଜି ସେୟାର ମାର୍କେଟ ଗ୍ରୀନ୍‌ ମାର୍କରେ ଖୋଲିଛି। ସରକାରୀ କମ୍ପାନୀର ସେୟାର ଗୁଡ଼ିକ ମଧ୍ୟ ଗ୍ରୀନ୍‌ ମାର୍କରେ ଖୋଲିଥିଲା। ହେଲେ ୯.୪୫ ବେଳକୁ ସେନସେକ୍ସ ୫୦ ପଏଣ୍ଟ ତଳକୁ ଖସିଥିଲା। ନିଫ୍ଟି ରେଡ ଜୋନ୍‌ରେ କାରବାର ଜାରି ରଖିଚି। ବଜାରରେ ଏନ୍‌ଟିପିସି ଓ ଭେଲ୍‌ ସେୟାର ବଢ଼ିବାରେ ଲାଗିଛି। କାରଣ ଏହି ଦୁଇ କମ୍ପାନୀ ମିଳିତ ଭାବେ ସୁପର ଅଲଟ୍ରା ଥର୍ମାଲ ପାଓ୍ବର ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ଏହି ଘୋଷଣା ପରେ ଦୁଇ କମ୍ପାନୀର ସେୟାର ମୂଲ୍ୟ ବଢ଼ିବାରେ ଲାଗିଛି। ସେହିପରି ଆଦାନୀ ଗ୍ରୁପର ସେୟାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି।

ବେଜଟ ଉପସ୍ଥାପନା ଚାଲିଥିବା ସମୟରେ ସେୟାର ବଜାରରେ ଅସ୍ଥିରତା ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଗିଫ୍ଟ ନିଫ୍ଟି ୩୭ ପଏଣ୍ଟ ବୃଦ୍ଧି ପାଇ ୨୪,୫୫୬ରେ କାରବାର କରୁଛି। ବିଶେଷଜ୍ଞଙ୍କ କହିବା ମୁତାବକ ବଜେଟ ଉପସ୍ଥାପନା ଚାଲିଥିବା ସମୟରେ ଆକଳନ କରିବା ଠିକ୍‌ ନୁହେଁ। ବଜେଟ୍‌ ଉପସ୍ଥାପନା ଶେଷ ହେବା ପରେ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିବ।

Leave A Reply

Your email address will not be published.