ସମାଜର ସବୁବର୍ଗର ଲୋକଙ୍କୁ ସୁହାଇଲା ଭଳି ବଜେଟ୍: ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସପ୍ତମ ଥର ପାଇଁ ଆଜି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। ବିଭିନ୍ନ ବିଭାଗ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିବାବେଳେ ଯୁବବର୍ଗ, ମହିଳା, ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ରହିଛି। ବଜେଟ ଉପସ୍ଥାପନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଚଳିତ ୨୦୨୪-୨୦୨୫ ଆର୍ଥିକ ବର୍ଷର ବଜେଟ ସମାଜର ସବୁବର୍ଗର ଲୋକଙ୍କୁ ସୁହାଇଲା ଭଳି ହୋଇଛି ।
ଉପସ୍ଥାପିତ ହୋଇଥିବା ବଜେଟ ଗରିବ, କୃଷକ ଓ ଗ୍ରାମବାସୀଙ୍କୁ ଅଗ୍ରଗତି ଦିଗରେ ନେଇ ପାରିବ। ଏହି ବଜେଟ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ଦେବା ସହ ସଶକ୍ତ କରିବାରେ ସହାୟ ହେବ। ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି। ଏହି ବଜେଟ୍ରେ ମଧ୍ୟବିତ୍ତ ବର୍ଗର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। ଯୁବ ବର୍ଗ ବଜେଟ୍ରୁ ପର୍ଯ୍ୟାପ୍ତ ସୁଯୋଗ ପାଇବେ। ଶିକ୍ଷା ଓ ଦକ୍ଷତା ବିକାଶ ବଜେଟରୁ ବିଶେଷ ଉପକୃତ ହେବେ। ମହିଳା, କ୍ଷୁଦ୍ର ବ୍ୟବସାୟୀକୁ ବେଶି ଫାଇଦା ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।