Odisha Link
Bridging the Missing Links in Odisha

ନେପାଳରେ ବିମାନ ଦୁର୍ଘଟଣା: ୩୨ ବର୍ଷ ତଳେ ଯାଇଥିଲା ୧୬୭ ଜୀବନ, ଆଜି ଗଲା ୧୮ ଜୀବନ

ଓଏଲ୍‌ ବ୍ୟୁରୋ: ପୁଣିଥରେ ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣା ଘଟିଛି। ବିମାନ ଦୁର୍ଘଟଣାରେ ୧୮ ଜଣଙ୍କ ଦେହାନ୍ତ ହୋଇଛି। ଯାହା ଏବେ ସାରା ବିଶ୍ବକୁ ସ୍ତବ୍ଧ କରିଛି। ନେପାଳରେ ବଡ଼ ବିମାନ ଦୁର୍ଘଟଣା ୧୯୯୨ ମସିହାରେ ହୋଇଥିଲା। ଯେଉଁଥିରେ ୧୬୭ ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୯୨ ମସିହାରେ ପାକିସ୍ତାନର ଏକ ବିମାନ କାଠମାଣ୍ଡୁ ବିମାନ ବନ୍ଦର ରନ୍‌ଓ୍ବେରେ ଅବତରଣ କରିବା ସମୟରେ ଦୁର୍ଘଟଣା ହୋଇଥିଲା। ତ୍ରିଭୁବନ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ହେବାର ଏକ ଲମ୍ବା ଲିଷ୍ଟ ଅଛି। ତ୍ରିଭୁବନ ଏୟାରପୋର୍ଟରେ ବିମାନ ଦୁର୍ଘଟଣା କାହିଁକି ହେଉଛି ? କ’ଣ ତ୍ରିଭୁବନ ବିମାନ ବନ୍ଦରର ରନ୍‌ଓ୍ବେରେ କିଛି ଅସୁବିଧା ଅଛି କି?

ସୁନ୍ଦର ପାହାଡ଼ ଘେରାରେ ରହିଛି ନେପାଳ। ତ୍ରିଭୁବନ ବିମାନ ବନ୍ଦର ପାହାଡ଼ ଘେରା ମଧ୍ୟରେ ରହିଛି। ତ୍ରିଭୁବନ ବିମାନ ବନ୍ଦରର ଭୌଗଳିକ ସ୍ଥିତି ଏପରି ରହିଛି ଯେ ଦୁର୍ଘଟଣା ହେବାର ସମ୍ଭାବନା ଅଧିକ ରହିଛି। ଭୌଗଳିକ ସ୍ଥିତି ଏଭଳି ଯେ ବିମାନ ଅବତରଣ କରିବା ପାଇଲଟ୍‌ଙ୍କ ପାଇଁ କାଠିକର ପାଠ ହୋଇଥାଏ। ତ୍ରିଭୁବନ ବିମାନ ବନ୍ଦର ମଧ୍ୟ ନେପାଳ କାଠମାଣ୍ଡୁର ଘାଟିରେ ଅବସ୍ଥିତ। ବିମାନବନ୍ଦର ୪ପଟେ ହିମାଳୟ ପର୍ବତ ଘେରି ରହିଛି। ବିମାନ ବନ୍ଦର ନିକଟରେ ହିମାଳୟ ପର୍ବତ ମାଳା ଥିବା ହେତୁ ସମୟ ସମୟରେ ପବନର ଗତି ପରିବର୍ତ୍ତନ ହୋଇଥାଏ ଓ ପାଣିପାଗ ପରିବର୍ତ୍ତନ ହୋଇଥାଏ। ଯେଉଁ କାରଣରୁ ବିମାନ ବନ୍ଦର ରନ୍‌ଓ୍ବରେ ଅବତରଣ ଓ ଟେକ୍‌ ଅଫ୍‌ କରିବା କଷ୍ଟସାଧ୍ୟ ହୋଇଥାଏ।

ତ୍ରିଭୁବନ ବିମାନ ବନ୍ଦରରେ କେବଳ ଗୋଟିଏ ହିଁ ରନ୍‌ଓ୍ବେ ରହିଛି। ତାହା ପୁଣି ଛୋଟ। ଯେଉଁ କାରଣରୁ ବିମାନ ଚଳାଚଳ କରିବା ପ୍ରଭାବିତ ହୋଇଥାଏ। ରନ୍‌ଓ୍ବେର ଲମ୍ବା ମଧ୍ୟ ଚିନ୍ତାର କାରଣ ପାଲଟିଛି। ଏହି ରନ୍‌ଓ୍ବେ ଅନ୍ୟ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ରନ୍‌ଓ୍ବେଠୁ ବହୁତ ଛୋଟ। ଅନ୍ୟ ବିମାନ ବନ୍ଦରର ରନ୍‌ଓ୍ବେ ୩୫୦୦ ଥିବା ବେଳେ ତ୍ରିଭୁବନ ବିମାନ ବନ୍ଦରର ରନ୍‌ଓ୍ବେ ୩୦୦୦ ମିଟର ଲମ୍ବା। ଯାହାଫଳରେ ବିମାନ ଅବତରଣ କରିବା ସମୟରେ ଅସୁବିଧା ହୋଇଥାଏ।

ନେପାଳରେ ବିମାନ ଦୁର୍ଘଟଣା:
୧- ୧୯୯୨ ସେପ୍ଟେମ୍ବର ୨୮: ପାକିସ୍ତାନର ଏୟାରବସ୍‌ ଏ୩୦୦ ଅବତରଣ କରିବା ସମୟରେ ବିମାନ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ବିମାନର କ୍ର‍୍ୟୁ ମେମ୍ବର ସମେତ ୧୬୭ ଲୋକଙ୍କ ମୃତ୍ୟୁ ହୋଇଥିଲା। ନେପାଳର ଇତିହାସରେ ଏହା ସବୁଠୁ ବଡ଼ ବିମାନ ଦୁର୍ଘଟଣା।
୨-୨୦୧୫ ମାର୍ଚ୍ଚ ୪ : ତୁର୍କୀର ଏକ ବିମାନ ଘନ କୁହୁଡ଼ି କାରଣରୁ ନେପାଳରେ କ୍ରଶ ଲ୍ୟାଣ୍ଡିଙ୍ଗ ପରେ ରନ୍‌ଓ୍ବରେ ଦେଖିବାକୁ ମିଳିଥିଲା। ୨୩୮ ଲୋକଙ୍କ ନେଇ ଯାଉଥିବା ଏୟାରବସ୍‌ ଏ୩୩୦ ବିମାନ ରନ୍‌ଓ୍ବେର ଆଗକୁ ଯାଇ ଲ୍ୟାଣ୍ଡ ହୋଇଥିଲା। ଏହି ଦୁର୍ଘଟଣାରେ କିଛି ଜଣ ଆହତ ହୋଇଥିଲେ।
୩- ୨୦୧୮ ମାର୍ଚ୍ଚ ୧୨: ୭୧ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ନେପାଳର କାଠମାଣ୍ଡୁର ବିମାନ ବନ୍ଦରରେ ଦୁର୍ଘଟଣା ହୋଇଥିଲା। ଯାହାଫଳରେ ୪୯ ଲୋକଙ୍କ ମୃତ୍ୟୁ ହୋଇଥିଲା।
୪- ୨୦୧୮ ଅଗଷ୍ଟ ୨୮: ନେପାଳର ତ୍ରିଭୁବନ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଯାହାଫଳରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା।
୫- ୨୦୨୩ ଜାନୁଆରୀ ୫: ୟତି ଏୟାରଲାଇନ୍ସର ଏଟିଆର ୭୨ ବିମାନ ପୋଖରାର ନିକଟରେ ଦୁର୍ଘଟଣା ହୋଇଥିଲା। ଯାହାଫଳରେ ୭୨ ଜରଙ୍କ ଦେହାନ୍ତ ହୋଇଥିଲା।

Leave A Reply

Your email address will not be published.