ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ମୁଣ୍ଡପିଛା ଆୟ ତାଲିକାର ୧୧ ତମ ସ୍ଥାନରେ ଓଡ଼ିଶା
![](https://www.odishalink.com/wp-content/uploads/2024/07/economic-survey-750x430.jpg)
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ ୨୦୨୪। ଏହା ପୂର୍ବରୁ ଆଜି ଓଡ଼ିଶା ସରକାର ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାର ୨୦୨୨-୨୩ରେ ୭.୯ ପ୍ରତିଶତ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସେହିପରି ଓଡ଼ିଶାର ମୁଣ୍ଡପିଛା ଆୟ ୨୦୨୩-୨୪ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି। ଯାହା ଭାରତର ମୁଣ୍ଡପିଛା ଆୟଠାରୁ ୧୨.୪ ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧.୨୧ ପ୍ରତିଶତ ସିଏଜିଆର୍ରେ ବୃଦ୍ଧି ପାଇଥିବା ବେଳେ ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୧୧ତମ ସ୍ଥାନରେ ରହିଛି।