ରବିବାର ଖୋଲିବ ହୀରାକୁଦ ଡ୍ୟାମ୍, ସତର୍କ ଘଣ୍ଟି ବଜାଇଲେ କର୍ତ୍ତୃପକ୍ଷ
ଓଏଲ୍ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ନିଷ୍ପତି ନିଆଯାଇଅଛି। ଜୁଲାଇ ୨୮ ତାରିଖ ସକାଳ ୯ଟା ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ନେଇ ହୀରାକୁଦ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବାକୁ ଥିବାବେଳେ ବନ୍ୟା ଜଳ ଛଡ଼ାଯିବା ପୂର୍ବରୁ ନିକଟସ୍ତ ଅଂଚଳକୁ ଡ୍ୟାମ୍ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି। ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।