Odisha Link
Bridging the Missing Links in Odisha

କିଏ ଭାଇରାଲ କଲା ହୀରାକୁଦ ଡ୍ୟାମ୍‌ର ଭିଡିଓ? ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ିବା ଅଭିଯୋଗ

ଓଏଲ୍‌ ବ୍ୟୁରୋ: ଗତକାଲି ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍। ସ୍ଲୁଇସ୍‌ ଗେଟ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବାବେଳେ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଭିତରେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ିବା ଅଭିଯୋଗ ହୋଇଛି।

ହୀରାକୁଦ ନିଷିଦ୍ଧାଞ୍ଚଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଅପରେସନ ଗ୍ୟାଲେରୀର ଭିଡିଓ ଭାଇରାଲ୍ ହେଉଥିବା ଜଣା ପଡିଛି। ଗେଟ୍ ଖୋଲିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଏଭଳି ହେବା କଥା ନୁହେଁ ବୋଲି ଡ୍ୟାମର ମୁଖ୍ୟ ଯନ୍ତ୍ରୀ କହିଛନ୍ତି। କିଏ ଭିଡିଓ ଭାଇରାଲ କରିଛି ଓ ଡ୍ରୋନ୍ ଦୃଶ୍ୟ ଉଠାଇଛି ଏଯାବତ ଜଣାପଡ଼ିନି।

Leave A Reply

Your email address will not be published.